ନିସ୍ ଶିକ୍ଷାନୁଷ୍ଠାନର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀର ଶୁଭ ଉଦ୍‌ଘାଟନ*

0

ଭୁବନେଶ୍ଵର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନର ୨୫ ବର୍ଷ ପୁର୍ତ୍ତି ଊପଲକ୍ଷେ ରୌପ୍ୟ ଜୟନ୍ତୀର ଶୁଭ ଉଦ୍‌ଘାଟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ମାନ୍ୟବର ସଦସ୍ୟ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ତଥା ଗ୍ରୀନ ଆମୀର ମୁଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର୍ ଡକ୍ଟର ମନୋରଂଜନ ମିଶ୍ର ଓ ନିସ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସମ୍ମାନୀତ ଅତିଥି ରୁପେ ଯୋଗଦେଇ ରୌପ୍ୟ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପୋଷ୍ଟର ପ୍ରତିଯୋଗିତା, ଫୁଲତୋଡା ପ୍ରତିଯୋଗିତା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା । ନିମନ୍ତ୍ରୀତ ଅତିଥିମାନଙ୍କୁ ଅନୁଷ୍ଠାନର ସହ ପ୍ରତିଷ୍ଠାତା ପ୍ରଫେସର୍ ସ୍ମୃତିସୁଧା ନାୟକ ମାନପ‌ତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ରାଜେଶ ସ୍ୱାଇଁ, ଜଏଣ୍ଟ ରେଜିଷ୍ଟାର ପ୍ରଫେସର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧୀକାରୀ ପିତାମ୍ବର ଚୟନୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.