୨୮ ବର୍ଷ ତଳେ ମଇଁଷିକୁ ଧକ୍କା ଦେଇଥିଲେ: ଏବେ କୋର୍ଟରୁ ଆସିଲା ସମନ

0

ନୂଆଦିଲ୍ଲୀ (ଆମ ଟିଭି): ୨୮ ବର୍ଷ ତଳେ ଗୋଟାଏ ମଇଁଷି ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଏହି ଅଭିଯୋଗରେ ଉତ୍ତର ପ୍ରଦେଶର ଜଣେ ୮୩ ବର୍ଷିୟ ବୃଦ୍ଧ ଅଦାଲତରୁ ସମନ୍ ପାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।

୨ ଦଶନ୍ଧି ପୂର୍ବେ ଡ୍ରାଇଭର୍ ଚାକିରିରୁ ଅବସର ଗ୍ରହଣ କରିଥିବା ଅଚ୍ଛନ୍ ନାମରେ ସେ ବୃଦ୍ଧ ଏବେ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ଗତ ସୋମବାର ଦିନ ତାଙ୍କ ବାରାବାଙ୍କିସ୍ଥିତ ତାଙ୍କ ଘରେ ଆସି ପହଞ୍ଚିଲେ ବରେଲି ପୁଲିସର ଏକ ଟିମ୍। ସେମାନେ ତାଙ୍କୁ ଦେଇଗଲେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜାରି କରିଥିବା ସମନ୍। ଛାନିଆରେ ବୃଦ୍ଧ ଅଚ୍ଛନ୍ ପୁଲିସ କର୍ମଚାରୀଙ୍କ ଆଗରେ କାନ୍ଦି ପକାଇଲେ। ଏଥିରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ପାରି ପୁଲିସ କର୍ମଚାରୀମାନେ କେବଳ କହିଲେ ଯେ, ଯାଇ ଅଦାଲତରେ ହାଜିରା ପକାନ୍ତୁ ନଚେତ ଆଇନ ଅନୁଯାୟୀ ଆପଣଙ୍କୁ ଗିରଫ କରିବୁ।

Leave A Reply

Your email address will not be published.