୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

0

କଟକ(ଆମ ଟିଭି): ଆଇନଜୀବୀଙ୍କ କଥା ଶୁଣିଲେ ହାଇକୋର୍ଟ । ସମ୍ବଲପୁରରେ ଭଙ୍ଗାରୁଜ ଘଟଣାରେ ସମସ୍ତ ଆଇନଜୀବୀଙ୍କୁ ମିଳିଲା ଜାମିନ୍ । ୨୯ ଜଣ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ଓଡ଼ିଶା ହାଇକୋର୍ଟ । । ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗରିଫ ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ଶୁଣାଣି କରି ରାୟ ସରଂକ୍ଷିତ ରଖିଥିଲେ ।

ସମ୍ବଲପୁର କୋର୍ଟ ପରିସରରେ ଗତ ଡିସେମ୍ବର ମାସରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଆଇନଜୀବୀମାନଙ୍କୁ ଗିରଫ କରାଯାଇଥିଲା । ଧନୁପାଲି ଥାନା ମାମଲାରେ ୨୯ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି । ୨୦୨୨ ମସିହା ମାର୍ଚ୍ଚ ୧୨ ତାରିଖରେ ଟ୍ରକ ଧକ୍କାରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ ହେବା ପରେ ଆଇନଜୀବୀ ଓ ଅନ୍ୟ ସ୍ଥାନୀୟ ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ ।

Leave A Reply

Your email address will not be published.