ଭୁବନେଶ୍ୱର (ଆମ ଟିଭି): ଯୁକ୍ତ ୨ ପରୀକ୍ଷା ଫଳକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଜୁନ୍ ୮ ସୁଦ୍ଧା ଆସିପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ।