ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା

0

ଭଦ୍ରକ(ଆମ ଟିଭି): ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳ । ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

ଆଜି ସକାଳ ପୂର୍ବାହ୍ନ ପ୍ରାୟ ୧୦ଟା ପରେ ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାରେ ବଡ଼ ବୋମା ବିସ୍ଫୋରଣ ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଏଥିଯୋଗୁ କିଛି ସମୟ ପାଇଁ ଥରିଲା ସମଗ୍ର ଅଞ୍ଚଳ। ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲି ଆସିଥିଲେ। କେଉଁ କାରଣରୁ ଏଭଳି ଶବ୍ଦ ହେଲା କିଛି ସ୍ପଷ୍ଟ ହୋଇପାରିନାହିଁ ।

ଏହି ଶବ୍ଦ ଭୂମିକମ୍ପଜନିତ ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ କିନ୍ତୁ ଖଣ୍ଡନ କରିଛି ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି । ବିଭାଗୀୟ ସୂଚନା ଅନୁସାରେ, ଆଜି ସକାଳେ କେବଳ ମହାରାଷ୍ଟ୍ରରେ ଭୂମିକଂପ ହୋଇଥିଲା । ଓଡ଼ିଶାରେ ଆଜି କୌଣସି ଭୂମିକମ୍ପ ହୋଇନଥିବାରୁ ୩ ଜିଲ୍ଲାରେ ଶୁଣା ଯାଇଥିବା ପ୍ରଚଣ୍ଡ ଶବ୍ଦ ଭୂମିକମ୍ପଜନିତ ନୁହେଁ ବୋଲି ବିଭାଗ ସ୍ପଷ୍ଟ କରିଛି।

 

 

Leave A Reply

Your email address will not be published.