ଆଜି ଆସିବ ୩ ରାଜ୍ୟର ନିର୍ବାଚନ ଫଳାଫଳ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଆସିବ ୩ ରାଜ୍ୟର ନିର୍ବାଚନ ଫଳାଫଳ । କିଏ ଗଢ଼ିବ ତିନି ଉତ୍ତର-ପୂର୍ବ ରାଜ୍ୟରେ ସରକାର ? ଆଜି ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଫେବୃଆରୀ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ମତଦାନ ପରେ ଏଗଜିଟ୍ ପୋଲ ଆସିଥିଲା । ଏଗଜିଟ୍ ପୋଲ ଅନୁସାରେ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି କ୍ଷମତାରେ ରହିପାରେ । ତେବେ ମେଘାଳୟରେ କୌଣସି ଦଳକୁ ବହୁମତ ମିଳିନାହିଁ ।

ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୧୮ରେ ବିଜେପି ୨୫ ବର୍ଷର ବାମଦଳ ଶାସନର ପରିସମାପ୍ତି ଘଟାଇ ସରକାର ଗଠନ କରିଥିଲା । ବିଜେପି ଚଳିତଥର ୫୫ ଆସନରେ ଲଢ଼ିଥିବା ବେଳେ ବାମ ଦଳ ୪୭ ଆସନରେ ଲଢ଼ିଛି । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା ।

Leave A Reply

Your email address will not be published.