ହିମସ୍ଖଳନରେ ୩ ଯବାନ ଶହୀଦ

0

ନୂଆଦିଲ୍ଲୀ (ଆମ ଟିଭି): ଭୟଙ୍କର ହିମସ୍ଖଳନରେ ୩ ଯବାନ ଶହୀଦ । ହିମସ୍ଖଳନରେ ଫସିବା କାରଣରୁ ଭାରତୀୟ ସେନାର ତିନି ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ଜମ୍ମୁ କଶ୍ମୀରର କୁପଓ୍ବାଡ଼ା ଜିଲ୍ଳାର ମାଛି ଅଞ୍ଚଳରେ ଘଟିଛି । ଯେଉଁଠାରେ ହିମସ୍ଖଳନ ଯୋଗୁଁ ସେନାର କିଛି ଯବାନ ଫସିଯାଇଥିଲେ। ଯେଉଁଥିରେ ୩ ଯବାନ ଶହୀଦ ହୋଇଛନ୍ତି।

ଏହି ଯବାନଙ୍କୁ ଲାଇନ ଅଫ୍ ଡ୍ୟୁଟିରେ ନିୟୋଜିତ ଥିଲେ । ଶହୀଦ ଯବାନମାନେ ୫୬ ରାଷ୍ଟ୍ରୀୟ ରାଇଫଲର ବୋଲି କୁହାଯାଉଛି। ତେବେ ଉଦ୍ଧାର ପରେ ଯବାନର ପାର୍ଥିବ ଶରୀରକୁ ଡ୍ରଗମୁଲ୍ଲା ସ୍ଥିତ ସାମରିକ ହସ୍ପିଟାଲକୁ ଅଣାଯାଇଥିଲା। ଅବଶ୍ୟ ଶହୀଦ ଯବାନଙ୍କ ପରିଚୟ ଏପର୍ୟ୍ୟନ୍ତ ଦିଆଯାଇନାହିଁ।

 

 

Leave A Reply

Your email address will not be published.