ସେମିକନ୍ ଇଣ୍ଡିଆ ୨୦୨୫ ରେ ୩ଟି ‘ମେଡ୍ ଇନ୍ ଓଡ଼ିଶା’ ଚିପ୍ସ ଉନ୍ମୋଚିତ

0
ଭୁବନେଶ୍ୱର (ଆମ ଟିଭି): ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତିରେ ଓଡ଼ିଶାକୁ ମିଳିଛି ଐତିହାସିକ ସଫଳତା । ଭାରତ ସେମିକନ୍ ଇଣ୍ଡିଆ ୨୦୨୫ ରେ ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ୩୨-ବିଟ୍ ମାଇକ୍ରୋପ୍ରୋସେସର ଲଞ୍ଚ କରାଯାଇଛି । ଏହି ଅବସରରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାରେ ନିର୍ମିତ ତିନୋଟି ସେମିକଣ୍ଡକ୍ଟର ଚିପ୍ ପ୍ରଦାନ କରିଛନ୍ତି ।
 
ତିନୋଟି ଚିପ୍ ମଧ୍ୟରୁ ଦୁଇଟି NIT ରାଉରକେଲାରେ ତିଆରି ହୋଇଥିବା ବେଳେ ଗୋଟିଏ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ଛତ୍ରପୁରରେ ତିଆରି ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ୨୨୫୦ କୋଟି ଟଙ୍କାର ଅନୁମୋଦନ ମିଳିଛି ।
Leave A Reply

Your email address will not be published.