ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ  

0

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଓଡ଼ିଶାର ୩ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ସୂଚନା ଓ ପ୍ରସାରଣ ଏବଂ ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଛି। ସେହିପରି ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଛି। ପୂର୍ବରୁ ମଧ୍ୟ ଧମେନ୍ଦ୍ରଙ୍କ ହାତରେ ଶିକ୍ଷା ବିଭାଗ ରହିଥିଲା।

ମୋଦି ସରକାରଙ୍କ ଗତ ପାଳିରେ ଅଶ୍ୱିନୀ ରେଳ ଓ ଆଇଟି ମନ୍ତ୍ରୀ ଥିଲେ। ଏଥର ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନୂତନ ଭାବେ ମିଳିଛି। ସେହିପରି ସୁନ୍ଦରଗଡ ଲୋକ ସଭା ଆସନରୁ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଥିବା ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ କରାଯାଇଛି। ୧୯୯୯ରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ପ୍ରଥମ ଥର ପାଇଁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଥିବା ବେଳେ ଜୁଏଲ ଓରାମ ଏହାର ପ୍ରଥମ ମନ୍ତ୍ରୀ ହୋଇଥିଲେ। ପରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜୁଏଲ ଏହି ବିଭାଗର ମନ୍ତ୍ରୀ ହୋଇଥିଲେ।

Leave A Reply

Your email address will not be published.