ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାର ପକ୍ଷରୁ ଲୋକସଭାରେ ଆଜି ୩ଟି ବିଧେୟକ ପାରିତ ହୋଇଛି । ଯେଉଁଥିପାଇଁ ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ । ଲୋକସଭାରେ ଜୋରଦାର ହଙ୍ଗାମା ମଧ୍ୟରେ ୩ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜୋରଦାର ହଟ୍ଟଗୋଳ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ୩୦ ଦିନ ବିଚାରଧୀନ ବନ୍ଦୀ ଜେଲ କାଟିଲେ ପଦରୁ ହଟାଇବା ବ୍ୟବସ୍ଥା ବିଲକୁ ଉପସ୍ଥାପନ କରିଛନ୍ତି ।
ଆଜି ଲୋକସଭାରେ ସମ୍ବିଧାନ(୧୩୦ତମ ସଂଶୋଧନ) ବିଲ୍, ଜମ୍ମୁ-କାଶ୍ମୀର ପୁନର୍ଗଠନ ଓ କେନ୍ଦ୍ରଶାସିତ ପ୍ରଶାସନ ବିଲ୍ ସମେତ ୩ ବିଲ୍ ଆଗତ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କ୍ରମାଗତ ୩୦ ଦିନ ଜେଲରେ ରହିଲେ ପଦ ହରାଇବେ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ ପଦ ହରାଇବେ । ଯେଉଁ ଅପରାଧିକ ମାମଲାରେ ଜଡିତ ଥିବେ ଏବଂ ସେହି ଅପରାଧରେ ଦଣ୍ଡ ବିଧାନ ୫ ବର୍ଷ ବା ତା ଠାରୁ ଅଧିକ ସମୟ ଜେଲଦଣ୍ଡ ଥିବ, ତେବେ ସେହି ରାଜନେତାମାନେ ନିଜ ପଦବୀ ହରାଇବେ ।
ଯଦି ନେତା ୩୦ରୁ ଦିନ ଅଧିକ ଜେଲରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମରେ ୫ ବର୍ଷ ଜେଲ୍ ଦଣ୍ଡ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯିବ । ଉଭୟ ଗୃହରେ ଏହି ବିଲ ପାରିତ ହେବା ପରେ ଏଭଳି ଅପରାଧରେ ଜଡିତ ରହି ୩୦ ଦିନ ଜେଲରେ ରହିବା ପରେ ତୁରନ୍ତ ସେମାନଙ୍କ ପଦବୀ ଚାଲିଯିବ । ନିଜେ ଇସ୍ତଫା ନଦେଲେ ୩୦ ଦିନ ଜେଲରେ ରହିବା ପରେ ପଦ ରଦ୍ଦ ହୋଇଯିବ । ବିଲ୍ କୁ ବିରୋଧ କରି ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଛନ୍ତି । ବିଲକୁ ସମ୍ବିଧାନ ବିରୋଧୀ କହି କପି ଚିରିଲେ ବିରୋଧୀ ସାଂସଦ । ହଟ୍ଟଗୋଳ ଯୋଗୁ ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବୀ ହୋଇଥିଲା ।