ଆଜି ହେବ ୩ରଥର ଦକ୍ଷିଣ ମୋଡ଼

0

ପୁରୀ ( ଆମ ଟିଭି): ପୁଣି ମହାପ୍ରଭୁଙ୍କ ଦର୍ଶନରେ ଅବହେଳା । ଦିନରେ କରିବେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଅପରାହ୍ଣ ୫ଟାରୁ ଦର୍ଶନ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ବାହୁଡା ପ୍ରସ୍ତୁତି ପାଇଁ ସଅଳ ଦର୍ଶନ ବନ୍ଦ କରିବାକୁ ପଡୁଛି ବୋଲି ସେ କହିଛନ୍ତି । ପ୍ରତିବର୍ଷ ଆଡପ ମଣ୍ଡପରେ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିବାର ବିଦ୍ଧି ରହିଛି । କିନ୍ତୁ ସନ୍ଧ୍ୟା ଦର୍ଶନ ବନ୍ଦକୁ ଭକ୍ତ ମହଲ ବିକୃତ ପରମ୍ପରା ବୋଲଇ ଅଭିଯେଗ କରିଛନ୍ତି । ଦିନରେ ଦର୍ଶନକୁ କିଭଳି ସନ୍ଧ୍ୟା ଦର୍ଶନ କୁହାଯିବ ସେନେଇ ପ୍ରଶାସନଙ୍କୁ ଘେରିଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ୨୭ ତାରିଖରେ ନବମୀ ସନ୍ଧ୍ୟାଦର୍ଶନ ।

ସେପଟେ ବାହୁଡା ଯାତ୍ରା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ ହେବ । ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ । ଆଜି ମଧ୍ୟାନ ୧୨ଟାରେ ଦକ୍ଷିଣ ମୋଡ ହେବ ବୋଲି ସ୍ଥିର କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ବୈଷୟିକ ଟିମ୍ ତିନି ରଥର ଯାଂଚ କରିଛନ୍ତି । ଆବଶ୍ୟକତା ଅନୁଯାୟୀ ରଥର ମରାମତି କାର୍ୟ୍ୟ ଶେଷ ହୋଇଛି ।

Leave A Reply

Your email address will not be published.