ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ କ୍ଷତିପୂରଣ

0

ନୂଆଦିଲ୍ଲୀ(ଆମ ଟିଭି): ପାଇଖାନା ଟାଙ୍କି ସଫା କରୁଥିବା ବ୍ୟକ୍ତିଙ୍କୁ ନେଇ ସୁପ୍ରିମକୋର୍ଟ ଏକ ବନ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ କ୍ଷତିପୂରଣ ୩୦ ଲକ୍ଷ ଦିଆଯାଉ। ଦେଶର ନର୍ଦ୍ଦମା ସୁଡ଼ଙ୍ଗ ଏବଂ ପାଇଖାନା ଟାଙ୍କି ସଫା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସବୋର୍ଚ୍ଚ ନ୍ୟାୟଳୟ । ଏସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ୱପ୍ରୂ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା କରିବା ସମୟରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାର ୩୦ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ପଡ଼ିବ ।

ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ଏହା ସହ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ଯଦି ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଭାବେ ବିକଳାଙ୍ଗ ହୋଇଯାଆନ୍ତି ତେବେ ତାଙ୍କୁ ଅତି କମ୍ରେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଗତ ୫ ବର୍ଷ ଭିତରେ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ୩୪୭ ଲୋକଙ୍କ ମୃତ୍ୟୁ ହୋଇଛି । ଉତରପ୍ରଦେଶ, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସର୍ବାଧିକ ୪୦ ପ୍ରତିଶତ ଲୋକଭ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.