ପୂଜା ପାଇଁ ଓଡିଶା ପୋଲିସର ବଡ ପଦକ୍ଷେପ, ସୁରକ୍ଷା ଦେବେ ୩୧ ପ୍ଲାଟୁନ୍ ଫୋର୍ସ
ଆରମ୍ଭ ହେଲାଣି ପାର୍ବଣ ଋତୁ। ଜମିଲାଣି ଭିଡ଼ । ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ । ଶାନ୍ତିଶୃଙ୍ଖଳାର ସହ ପୂଜା ନିମନ୍ତେ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ ।
ଚଳିତ ବର୍ଷ ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ଏଥିନିମନ୍ତେ ୨୦ରୁ ୨୫ ଅକ୍ଟୋବର ଯାଏଁ ପୁଲିସ ଛାଉଣୀରେ ରହିବ ପୁରା ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ ।
କମିଶନରେଟ ପୁଲିସ୍ କମିଶିନ ସୌମେନ୍ଦ୍ର ପିୟଦର୍ଶୀଙ୍କ କହିବାନୁଯାୟୀ, ସମୁଦାୟ ତିନିଟି କାଟାଗୋରିରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ଏଥିପାଇଁ ବିଭିନ୍ନ ବିଭାଗ ସହ କମିଶନରେଟ ପୁଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ୬ଟି ଜାଗାରେ କଣ୍ଟ୍ରୋଲ ରୁମ୍ କରିଛି କମିଶନରେଟ ପୁଲିସ । ବଟି ଓ ଚାନ୍ଦା ରୋକିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।