ଇଚ୍ଛାମୃତ୍ୟୁ ପାଇଥିବା ୩୨ ବର୍ଷୀୟ ହରିଶ ରାଣାଙ୍କ ପରଲୋକ, ଦିଲ୍ଲୀ ଏମ୍ସରେ ତ୍ୟାଗ କଲେ ଶେଷ ନିଶ୍ବାସ

0

ସୁପ୍ରିମକୋର୍ଟ ଦ୍ୱାରା ଇଚ୍ଛାମୃତ୍ୟୁ ପାଇଥିବା ହରିଶ ରାଣା ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯିଏ କି ଗାଜିଆବାଦର ରାଜନଗର ଏକ୍ସଟେନସନର ଜଣେ ବାସିନ୍ଦା । ସେ ୧୩ ବର୍ଷ ଧରି ଶଯ୍ୟାଶାୟୀ ଥିଲେ । ସେ ଆଜି ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତ ହୋଇଛନ୍ତି ।

ସୂଚନାନୁଯାୟୀ, ଏକ ଦୁର୍ଘଟଣା ପରେ ଗାଜିଆବାଦର ହରିଶ ରାଣାଙ୍କ ପାଇଁ ଚାଲିବା ଏବଂ କହିବା ଅସମ୍ଭବ ହୋଇପଡିଥିଲା । ଡାକ୍ତରୀ ସହାୟତାରେ ସେ ୧୩ ବର୍ଷ ଧରି ବଞ୍ଚି ରହି ଆସୁଥିଲେ । ଏହି ବର୍ଷ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ । କୋର୍ଟର ଏହି ନିଷ୍ପତ୍ତି ଭାରତରେ ଇଚ୍ଛାମୃତ୍ୟୁ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ ସ୍ଥାପନ କରିଥିଲା । ମେଡିକାଲ ବୋର୍ଡର ରିପୋର୍ଟ ଏବଂ ପରିବାରର ସମ୍ମତିକୁ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । ହରିଶଙ୍କୁ ଦିଲ୍ଲୀର ଏମ୍ସର ପାଲିଏଟିଭ୍ କେୟାର ବିଭାଗରେ ଭର୍ତ୍ତି କରିବାକୁ ଏବଂ ତାଙ୍କର ଜୀବନର ଶେଷ ଯତ୍ନ ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ସମ୍ମାନର ସହ ମରିବାର ଅଧିକାରକୁ ସ୍ୱୀକୃତି ମିଳିବା ପରେ ଏହା ହେଉଛି ପ୍ରଥମ ବ୍ୟକ୍ତିଗତ ମାମଲା ଯେଉଁଥିରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ୨୦୧୩ ମସିହାରେ ଚଣ୍ଡିଗଡ଼ରେ ପାଠ ପଢୁଥିବା ସମୟରେ ହରିଶ୍ ଏକ କୋଠାର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ବିଛଣାରେ ପଡ଼ିଥିଲେ । ସେ ନିଜେ ନିଶ୍ୱାସ ନେଇପାରୁ ନଥିଲେ କିମ୍ବା ଖାଇପାରୁ ନଥିଲେ । କେବଳ ପାଇପ୍ ସାହାଯ୍ୟରେ ତାଙ୍କୁ ବଞ୍ଚାଇ ରଖାଯାଇଥିଲା ।

Leave A Reply

Your email address will not be published.