‘ଅଗ୍ନିପଥ’ ସଂପର୍କରେ ମିଥ୍ୟା ପ୍ରଚାର ମାମଲା : ନିଷିଦ୍ଧ ହେଲା ୩୫ଟି ହ୍ବାଟ୍ସଆପ ଗ୍ରୁପ

0

ନୂଆଦିଲ୍ଲୀ(ଆମ ଟିଭି) : ଭାରତୀୟ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମ ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା ଅଭିଯୋଗରେ ସରକାର ୩୫ଟି ହ୍ବାଟ୍ସଆପ ଗ୍ରୁପକୁ ନିଷିଦ୍ଧ କରିଛନ୍ତି । ଏହା ସହିତ ଅଗ୍ନିପଥ ସଂପର୍କରେ ଗୁଜବ ପ୍ରଚାର କରି ଯୁବକମାନଙ୍କୁ ଉସୁକାଉଥିବା ଅଭିଯୋଗରେ ୧୦ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ହ୍ବାଟ୍ସଆପ ଓ ଅନ୍ୟ ସୋସିଆଲ ମିଡିଆର ସାଇଟରେ ଅଗ୍ନିପଥ ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା ଲୋକମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ନଜର ରଖାଯାଇଛି । ଆହୁରି ମଧ୍ୟ ଅଗ୍ନିପଥ ସଂପର୍କରେ କରାଯାଉଥିବା ବିଭିନ୍ନ ମିଥ୍ୟା ପ୍ରଚାରର ମୁକାବିଲା କରିବାକୁ ପିଆଇବି ପକ୍ଷରୁ ଏକ ସତ୍ୟଅନୁସନ୍ଧାନ ସେଲ ଖୋଲାଯାଇ ମିଥ୍ୟା ଖବରକୁ ଖଣ୍ଡନ କରାଯାଉଛି।

Leave A Reply

Your email address will not be published.