୨୫ଶହ କର୍ମଚାରୀ ଛଟେଇ କରିବ ୩ଏମ କମ୍ପାନୀ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ବିଶ୍ୱରେ ବିଭିନ୍ନ କମ୍ପାନୀ ଏବେ ତାର କର୍ମଚାରୀ ଛଟେଇ ଜାରି ରଖିଛି । ଯାହାକୁ ନେଇ ଚିନ୍ତାରେ କର୍ମଚାରୀ । ମାଇକ୍ରୋସଫ୍ଟ ଓ ଗୁଗଲ ପରେ ଏବେ ବିଶ୍ୱର ଏକ ବଡ ଉତ୍ପାଦ କମ୍ପାନୀ ୩ଏମ ନିଜ କମ୍ପାନୀରୁ ୨୫ଶହ କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛି । କମ୍ପାନୀର କମ୍ ଲାଭ ଓ ଆଗାମୀ ଦିନରେ କମ୍ ବିକ୍ରିକୁ ନଜରରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ୩ଏମ୍ କମ୍ପାନୀ ମାନୁଫେକ୍ଚରିଂ ସେକ୍ଟରରେ ଏକ ବଡ କମ୍ପାନୀ । ଏହି କମ୍ପାନୀ ଇଲେକ୍ଟ୍ରିକ୍ ଠାରୁ ଆରମ୍ଭ କରି ହେଲଥ ସେକ୍ଟର ପାଇଁ ଛୋଟ ବଡ ଅନେକ ସାମଗ୍ରୀ ପ୍ରସ୍ତୁତ କରିଥାଏ ।

ସେପଟେ କୋଭିଡ-୧୯ ମହାମାରୀ ସମୟରେ ଏହି କମ୍ପାନୀ ଲୋକଙ୍କ ପାଇଁ ମାସ୍କ ମଧ୍ୟ ପ୍ରସ୍ତୁତ କରୁଥିଲା । ଗତବର୍ଷ ଠାରୁ କମ୍ପାନୀର ଅନେକ ସାମଗ୍ରୀ ଯୋଗାଣ କମିବା ଆରମ୍ଭ କରିଥିଲା । ଏହାସହ ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ଏହି କମ୍ପାନୀ ବି ପ୍ରଭାବିତ ହୋଇଛି । ୨୦୨୨ର ଚତୁର୍ଥ ତୈମାସିକରେ କମ୍ପାନୀର ମୋଟ ଲାଭ ୧.୪ ବିଲିଅନ ଡଲାର ଥିବା ବେଳେ ଚଳିତ ତୈମାସିକରେ କମ୍ପାନୀର ମୋଟ ଲାଭ ୫୪୧ ମିଲିୟନ ଡଲାରକୁ ଖସିଆସିଛି ।

Leave A Reply

Your email address will not be published.