ନୃତ୍ୟାୟନ ଆୟୋଜିତ ତୃତୀୟ ମୀରା ଫେଷ୍ଟିଭାଲ ଅଫ ଡ୍ୟାନ୍ସସେସ୍ ଉଦଘାଟିତ*

0

ପଦ୍ମଶ୍ରୀ ସମ୍ମାନିତ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ନୃତ୍ୟାୟନ ନୃତ୍ୟ ଅନୁଷ୍ଠାନ ଦ୍ୱାରା “ତୃତୀୟ ମୀରା ଫେଷ୍ଟିଭାଲ ଅଫ ଡ୍ୟାନ୍ସସେସ୍” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦଘାଟିତ ହୋଇଛି l ଉଦଘାଟନୀ ଉତ୍ସବରେ ରାଜ୍ୟ ଭାରତୀୟ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ଅରୁଣ କୁମାର ବେହେରା, ଅନୁସଚିବ, ଷ୍ଟିଲ ଏବଂ ଖଣି ବିଭାଗ, ଓଡିଶା ସରକାର, ଡଃ ଭାଗ୍ୟଲିପି ମଲ୍ଲ, ରାଜ୍ୟ ସଂଗ୍ରହାଳୟ, ଓଡିଶା ସରକାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଅନୁଷ୍ଠାନର ସଭାପତି ଇଂ ରାଧାଶ୍ୟାମ ପାତ୍ର ଙ୍କ ସଭାପତିତ୍ୱରେ ଶୁଭ ଉଦଘାଟନ ପୂର୍ବକ ନିମନ୍ତ୍ରିତ ଅତିଥି ବୃନ୍ଦ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l

ଏହି ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଗୁରୁଃଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ସଙ୍ଗୀତ ରଚନା, ସଂଯୋଜନା ଏବଂ ନିର୍ଦ୍ଦେଶନାରେ ନୃତ୍ୟାୟନର ବରିଷ୍ଠ ଶିଳ୍ପୀମାନଙ୍କ ଦ୍ୱାରା ପରିବେଶିତ ହୋଇଥିଲା ପୌରାଣିକ କଥାଵସ୍ତୁ ଆଧାରିତ ନୃତ୍ୟାଭିନୟ “ପଞ୍ଚକନ୍ୟା” l ପଞ୍ଚକନ୍ୟା ନୃତ୍ୟାଭିନୟ ଦେଖି ଅନେକ ଭାବ ବିହ୍ଵଳ ହୋଇଥିଲେ ଦର୍ଶକ l ପରେ ପରେ କଲିକତାରୁ ଆସିଥିବା ବିସ୍ମିଲଲା ଖାଁ ଯୁବ ପୁରସ୍କୃତ ଭାରତନାଟ୍ୟମ ନୃତ୍ୟ ଶିଳ୍ପୀ ଡଃ ମନ୍ଦାକ୍ରାନ୍ତା ରୟଙ୍କ ନୃତ୍ୟ ପରିବେଷଣରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ନୃତ୍ୟ ସାଧନା ସମ୍ମାନ ଏବଂ ଗୁରୁ ଦୁର୍ଗା ଚରଣ ରଣବୀର ଯୁବ ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି l ନୂଆଦିଲ୍ଲୀର ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଶ୍ରୀମତୀ ରଞ୍ଜନା ଗୌହରଙ୍କୁ ଗୁରୁ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ କଲିକତାର ଭାରତନାଟ୍ୟମ ନୃତ୍ୟାଙ୍ଗନା ଡଃ ମନ୍ଦାକ୍ରାନ୍ତା ରୟଙ୍କୁ ଗୁରୁ ଦୁର୍ଗା ଚରଣ ରଣବୀର ଯୁବ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି l

ଏହି ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବକୁ ପ୍ରଖ୍ୟାତ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ l ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ଗାୟତ୍ରୀ ରଣବୀର ଧନ୍ୟବାଦ ଅର୍ପଣ କରିଥିଲେ l ଉପସଭାପତି ଶ୍ରୀମତୀ ଆରତୀ ରଣବୀର, କୋଷାଧକ୍ଷ ଧୀରେନ୍ଦ୍ର ନାଥ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅସିତ ଅସୁମଲ୍ଲିକ, କାର୍ଯ୍ୟକାରି ସମ୍ପାଦକ ସତ୍ୟଜିତ ମହାନ୍ତି, ଅଜୟ ମହାପାତ୍ର, ଅର୍ଜୁନ ମୁଦୁଲି, ଶେଷଦେବ ସାମଲ, ଖଗେଶ୍ୱର ଜୟପୁରିଆ, ଶ୍ରଦ୍ଧାଞ୍ଜଳି ରା଼ୱଲ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.