୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

0

ଭୁବନେଶ୍ବର (ଆମ ଟିଭି): ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳର କରିଛନ୍ତି। ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ଅଛନ୍ତି, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ସିଦ୍ଧାର୍ଥ ନରୱଣେ । ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି. ରାଧିକା ।

ସବୁଠାରୁ ବଡ଼ କଥା ହେଲା, ବି.ରାଧିକା ଓଡ଼ିଶାର ପ୍ରଥମ ମହିଳା ଆଇପିଏସ, ଯିଏ କି ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.