ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୪୧ କୋଟି ଟଙ୍କା ଜରିମାନା

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବୃିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ମାଗାଜିନ ଲେଖିକା ଜୀନ କୌରୋଲଙ୍କୁ ଯୌନ ଶୋଷଣ ମାମଲାରେ କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ନୁୟର୍କରେ ୯ଜଣ ଜୁରୀ ମେମ୍ବର୍ସ ଯୌନ ଶୋଷଣ ଓ ମାନହାନୀ ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ପୀଡିତା ଜୀନ କୌରୋଲଙ୍କୁ କ୍ଷତିପୁରଣ ବାବଦରେ ୪୧ କୋଟି ବା ୫ ମିଲିୟନ ଡଲାର ଦେବାକୁ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟୁୟର୍କ ଫେଡ୍ରାଲ କୋର୍ଟ ଶୁଣାଣି ପରେ ମଙ୍ଗଳବାର ମଧ୍ୟ ରାତ୍ରରେ ଏହି ରାୟ ଶୁଣାଇଛନ୍ତି ।

ମାଗାଜିନ ଲେଖିକା ଜୀନ କୌରଲ ୨୦୧୯ରେ ଅଭିଯୋଗ ଆଣିଥିଲେ କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୯୯୬ ମସିହାରେ ମୈନହେଟନର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ହେଲେ ଟ୍ରମ୍ପ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଟ୍ରମ୍ପ କହିଥିଲେ କି ଜୀନ କୌରୋଲ ତାଙ୍କ ସହ ସମାସ୍କନ୍ଦ ନୁହେଁ ।

 

Leave A Reply

Your email address will not be published.