ଇସ୍ରାଏଲର ଆକ୍ରମଣରେ ୪୫ ମୃତ

0

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଗାଜା ପଟ୍ଟୀରେ ଇସ୍ରାଏଲର ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ମଙ୍ଗଳବାର ଦିନ ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି ଏଥିରେ ୪୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଚେତାବନୀ ଦେଇଛନ୍ତି, ଗାଜାର ଦକ୍ଷିଣରେ ଏହି ଅଭିଯାନ ଜାରି ରହିବ।

ଦକ୍ଷିଣ ସହର ରାଫାର ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଗୋଟିଏ ପିଲା ମାତ୍ର ଦୁଇ ସପ୍ତାହ ହୋଇଥିଲା ଏବଂ ଯାହାର ନାମ ଏପର‌୍ୟ୍ୟନ୍ତ ପଞ୍ଜୀକୃତ ହୋଇନଥିଲା ବୋଲି ପିଲାମାନଙ୍କର ଜେଜେମା କହିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ଏହି ପିଲାମାନଙ୍କୁ ହତ୍ୟା କରି ସେମାନେ କ’ଣ ହାସଲ କରିବେ ମୁଁ ବୁଝି ପାରୁ ନାହିଁ।

ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗାଜା ସ୍ଥିତ ଆତଙ୍କୀ ସମୂହ ହମାସ ଦ୍ୱାରା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ୫ ହଜାର ରକେଟ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏଥିରେ ଅନେକ ଇସ୍ରାଏଲ ନାଗରିକଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ହମାସର ଆତଙ୍କୀ ଇସ୍ରାଏଲ ସହରରେ ପ୍ରବେଶ କରିଥିଲେ।

Leave A Reply

Your email address will not be published.