ପାକିସ୍ତାନରେ ଆର୍ଥିକ ସଙ୍କଟ ଯୋଗୁଁ ୪୮ ବିମାନ ବାତିଲ

0

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଦିନକୁ ଦିନ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି । ଇତିହାସରେ ସବୁଠାରୁ ବଡ଼ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପଡୋଶୀ ଦେଶ । ଗୋଟିଏ ପଟେ ଦେଶକୁ ମହଙ୍ଗା ମାଡ଼ି ବସିଥିବା ବେଳେ ଅନ୍ୟପଟେ ଦେଶରେ ଇନ୍ଧନ ସମସ୍ୟା ଚରମସୀମାରେ ପହଞ୍ଚିଛି । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ୍ ଅଭାବ ଦେଖାଦେଇଛି । ଏହାର ପ୍ରଭାବ ପାକିସ୍ତାନ ଏଭିଏଶନ ସେକ୍ଟର ଉପରେ ପଡ଼ିଛି । ଫ୍ଲାଇଟ୍ ଇନ୍ଧନ ଅଭାବରୁ ପାକିସ୍ତାନ ଇଣ୍ଟର ନ୍ୟାସନାଲ୍ ଏୟାରଲାଇନ୍ସ ୪୮ଟି ବିମାନ ଉଡାଣ ରଦ୍ଦ ହୋଇଛି ।

ପିଆଇଏରେ କାହିଁକି ଆସିଲା ବିମାନ ଉଡ଼ାଣ ରଦ୍ଦ ସମସ୍ୟା ? ପାକିସ୍ତାନ ଇଣ୍ଟର ନ୍ୟାସନାଲ୍ ଏୟାରଲାଇନ୍ସ ଇନ୍ଧନ ଅଭାବରୁ ୪୮ଟି ବିମାନ ଉଡ଼ାଣକୁ ରଦ୍ଦ କରିଛି । ବିମାନ ଇନ୍ଧନ ବକେୟା ପଇଠ ନକରିବା ଏବଂ ବିମାନ ଚଳାଚଳ ପରିଚାଳନାରେ ତ୍ରୁଟି ଯୋଗୁ ପିଆଇଏ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

Leave A Reply

Your email address will not be published.