ବିଦା ହେଲେ ୫ଜଣ କୃଷି ଅଧିକାରୀ

0

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ୟ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ।

ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ସେହିପରି ପୂର୍ବତନ ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ୟ୍ୟରେ ଖିଲାପ ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟରଙ୍କୁ ଆଗୁଆ ଅବସର ଦିଆଯାଇଛି।

Leave A Reply

Your email address will not be published.