ଭୁବନେଶ୍ୱର (ଆମ ଟିଭି): ୫ଦିନିଆ ରିମାଣ୍ଡରେ ଯାଇଥିବା କୁବେର ପ୍ରଶାନ୍ତ ରାଉତଙ୍କ ୫ଦିନିଆ ରିମାଣ୍ଡ ଅବଧି । ବେଆଇନ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ଆଜି ସୁନ୍ଦରଗଡ କୋର୍ଟରେ ଭିଜିଲାନ୍ସ ହାଜର କରିବ । ଏହାପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।
ତେବେ ପୁଣି ଥରେ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ଆବେଦନ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ନଗଦ ୩ କୋଟି ଟଙ୍କା ଜବତ ହୋଇଥିଲା । ଆୟଠୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ ବୋଲି ଭିଜିଲାନ୍ସ କହିଛି ।