ଭଡ଼ା ଘରେ ଜୀବନ ହାରିଦେଲେ ପରିବାରର ୫ ସଦସ୍ୟ, କାରଣ ଅସ୍ପଷ୍ଟ
ଗୁଜରାଟର ଅହମ୍ମଦାବାଦର ବଗୋଦରା ଗାଁରେ ଅଘଟଣ । ବିଷ ପିଇ ଜୀବନ ହାରିଲେ ପରିବାରର ୫ ଜଣ । ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ପାଞ୍ଚ ଜଣ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ପୋଲିସ କହିବା ମୁତାବକ, ମୃତ ପରିବାର ମୂଳତଃ ଢୋଲକାର ବାସିନ୍ଦା ସେମାନେ ବଗୋଦରା ଗାଁରେ ଏକ ଭଡା ଘରେ ରହୁଥିଲେ । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ବିପୁଲ କାଞ୍ଜି ଭାଘେଲା (୩୪), ତାଙ୍କ ସ୍ତ୍ରୀ ସୋନାଲ (୨୬), ସେମାନଙ୍କର ଦୁଇ ଝିଅ (୧୧ ଏବଂ ୦୫ ବର୍ଷ) ଏବଂ ଗୋଟିଏ ପୁଅ (୮) ବୋଲି ଚିହ୍ନଟ କରାଯାଇଛି ।
ପୋଲିସ ଆହୁରି କହିଛନ୍ତି ଯେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ବିପୁଳ ଜଣେ ରିକ୍ସା ଚାଳକ ଥିଲେ । ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରିବାର କାହିଁକି ଆତ୍ମହତ୍ୟାର ପଦକ୍ଷେପ ନେଇଥିଲେ । ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପାଞ୍ଚ ଜଣ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ପରିବାର ସଦସ୍ୟଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଦୁଇ ଦିନ ଧରି ବନ୍ଦ ଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରମାଣ ଖୋଜୁଛି । ଏହାସହିତ ପଡୋଶୀଙ୍କୁ ପଚରାଉଚରା କରୁଛି ।