ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୫ ହେଭିୱେଟ୍ ନେତା 

0

ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ୩ଦିନ ବିତି ସାରିଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା ଜଣାପଡ଼ିନାହିଁ। ସମ୍ଭବତଃ ବିଜେପିର କେନ୍ଦ୍ରୀୟ ନେତୃତ୍ବ ହିଁ ଏ ସଂପର୍କରେ ନିଷ୍ପତ୍ତି ନେବେ। ତେ‌ବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ୫ ନେତାଙ୍କ ନାମ ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଦୀୟା କୁମାରୀ, ମହନ୍ତ ବାଲକନାଥ, କିରୋଡ଼ୀ ଲାଲ ମୀନା, ‌ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବସୁନ୍ଧରା ରାଜେ।

ସାଂସଦ ଥିବା ଦୀୟା କୁମାରୀ ବିଦ୍ୟାଧରନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳି ପାରେ ବୋଲି ଆଲୋଚନା ହେଉଛି। କିନ୍ତୁ ନିର୍ବାଚନ ସମୟରେ ତାଙ୍କୁ ଯେତେବେଳେ ଏ ନେଇ ପ୍ରଶ୍ନ ହୋଇଥାଏ ସେ କହିଥାନ୍ତି ଯେ ଦଳର ଯେଉଁ ଆଦେଶ ମିଳିବ ସେହି କାମ ସେ କରିବେ।

ସେହିଭଳି ଅନ୍ୟତମ ଦାବିବାର ହେଉଛନ୍ତି ମହନ୍ତ ବାଲକନାଥ। ୟୁ‌ପିରେ ଯୋଗୀ ଆଦିତ୍ୟନାଥଙ୍କ ଭଳି ରାଜସ୍ଥାନରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ସେହିଭଳି ତୃଣମୂଳ ସ୍ତରର ନେତା ସାଂସଦ କିରୋଡ଼ୀ ଲାଲ ମୀନା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି।

Leave A Reply

Your email address will not be published.