ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର, ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

0

ଭୁବନେଶ୍ୱର : ୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ । ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ । ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ । ପେଟ୍ରୋଲ ପମ୍ପରେ ବି ମିଳିପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର । କେବଳ ଆଇଡେଣ୍ଟି କାର୍ଡ ଦେଖାଇ ଏହାକୁ ନେଇପାରିବେ । ୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ । ରିଫିଲ ପାଇଁ ୫୯୩ ଟଙ୍କା ଦେବାକୁ ପଡ଼ିବ । କେବଳ କମ୍ପାନୀ ସିଲିଣ୍ଡର ହିଁ ଫିଲ କରାଯିବ । ବାହାର ସିଲିଣ୍ଡର ଫିଲ ହୋଇପାରିନି । ଆଇଓସିଏଲ, ଏଚ ପିସିଏଲ, ବିପିସିଏଲ ହିଁ ଗ୍ୟାସ ନେଇପାରିବେ । ରିଫିଲ ପାଇଁ କୌଣସି ଦୈନିକ କଟକଣା ନାହିଁ ।

ପୂର୍ବରୁ ଶ୍ରମିକ ଓ ଛାତ୍ରଛାତ୍ରୀ ୫ କେଜି ଗ୍ୟାସ ସିଲିଣ୍ଡର କିଣିପାରିବେ ବୋଲି କୁହାଯାଇଛି । ସେମାନେ ପରିଚୟପତ୍ର ଦେଖାଇଲେ ୫ କେଜି LPG ପାଇପାରିବେ । ସେହିପରି e-KYC ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ସେପଟେ ୫ କେଜି ଗ୍ୟାସ୍ ର ଅବୈଧ ବିକ୍ରି ଉପରେ କଟଣା ଲଗାଯାଇଛି ।

Leave A Reply

Your email address will not be published.