ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ

0

ପୁରୀ (ଆମ ଟିଭି): ନୂଆବର୍ଷ ୨୦୨୪ରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ । ଉଦଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପ ଦେଖିବାକୁ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଶୀମନ୍ଦିରରେ ରବିବାର ରାତି ୧ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ତଥାପି ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ତେବେ ଆସନ୍ତା ଜାନୁଆରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାର ଅଛି । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ଗତକାଲି ବଡ଼ ଦାଣ୍ଡ ପୁରା ଜନସମୁଦ୍ର ହୋଇଯାଇଥିଲା । ବଡଦାଣ୍ଡଠୁ ସମୂଦ୍ରକୂଳ ଯାଏ ସବୁ ରାସ୍ତା ଓ ଗଳିରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ବାଧାମୁକ୍ତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଏସି ସେଡର ବ୍ୟବସ୍ଥା କରାଯାଇଛି । ଆଜି ବି ମଧ୍ୟ ପୁରୀରେ ଭିଡ ଦେଖିବାକୁ ମିଳିଛି । ଭିଡ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବିଦ୍ୟାଙ୍ଗ, ବରିଷ୍ଠ ନାଗରିକ, ଓ ଶିଶୁଙ୍କ ସାଥିରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡି କରାଯାଇଥିଲା ।

Leave A Reply

Your email address will not be published.