ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ

0

ନୂଆଦିଲ୍ଲୀ: ବାଂଲାଦେଶରେ ବଢୁଛି ହିଂସା । ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ । ଶୁକ୍ରବାର ରାତିରେ ବାଂଲାଦେଶର ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୪ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଟ୍ରେନଟି ଜେସୋର ସହରରୁ ରାଜଧାନୀ ଢାକାକୁ ଆସୁଥିବା ବେଳେ ଏଭି ଅଘଟଣ ଘଟିଛି । ଆସନ୍ତାକାଲି ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ବିରୋଧି ଦଳ ନିର୍ବାଚନକୁ ବର୍ଜନ କରିଥିବା ବେଳେ ଦେଶରେ ଅସ୍ଥିରତା ଦେଖାଦେଇଛି । ଏଭଳି ସ୍ଥିତିରେ ଟ୍ରେନରେ ନିଆଁ ଲାଗିବା ବିରୋଧୀ ଦଳଙ୍କ ଷଡଯନ୍ତ୍ର ବୋଲି ଆଶଙ୍କା କରିଛନ୍ତି ବାଂଲାଦେଶ ସରକାର । ଏହି ଟ୍ରେନରେ କିଛି ଭାରତୀୟ ମଧ୍ୟ ଯାତ୍ରା କରୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.