ଅଲାରନାଥ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ, ଭିତ୍ତିଭୂମି ବିକାଶ ପାଇଁ କଲେ ଆଲୋଚନା

0

ଭୁବନେଶ୍ବର(ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି. କେ ପାଣ୍ଡିଆନ ଆଜି ଅପରାହ୍ନରେ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ ମହାପଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସେବାୟତମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୫ଟି ସଚିବଙ୍କ ଗସ୍ତ କାଳ‌ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପୂର୍ତ୍ତ ବିଭାଗ ଏବଂ ଓବିସିିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଭୁ ଅଲାରନାଥଙ୍କ ମନ୍ଦିର ଏକ ପ୍ରସିଦ୍ଧ ଧର୍ମପୀଠ। ସ୍ନାନଯାତ୍ରା ପରେ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଣସର ଘରେ ରହିବା ସମୟରେ ୧୫ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥାଏ। କେବଳ ସେତିକି ନୁହେଁ ଶ୍ରୀଚୈତନ୍ୟ ଓ ରାମାନୁଜଚାର୍ଯ୍ୟଙ୍କ ପାଇଁ ମଧ୍ୟ ଅତୀତରେ ଏହି ସ୍ଥାନଟି ସୁଖ୍ୟାତି ଅର୍ଜନ କରିଥିଲା। ଅଲାରନାଥଙ୍କୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମଧ୍ୟ ବୁଲିବାକୁ ଆସିଥାନ୍ତି।

Leave A Reply

Your email address will not be published.