ବାଲେଶ୍ୱରରେ ଗିରଫ ହେଲେ ୫୦ ଡ୍ରାଇଭର

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଏବେ ପୋଲିସର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ ଜ୍ଝ ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍ଏଚ୍-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ ପୁଲିସ ଭ୍ୟାନ୍ରେ ଉଠାଇ ନିଆଯାଇଥିବାବେଳେ ସେଠାରେ କ୍ୟାମ୍ପକୁ ମଧ୍ୟ ଭାଙ୍ଗିଦିଆଯାଇଛି ଜ୍ଝ ସୋରରେ ମଧ୍ୟ ଡ୍ରାଇଭର ସଂଘ ବିରୋଧରେ କାର୍ୟ୍ୟାନୁଷ୍ଠାନକୁ ଆସିଛି ପୁଲିସ। ୫୦ ଜଣ ଡ୍ରାଇଭରଙ୍କୁ ସୋରରୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖ ଥାଉ କି ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଆଜି ଦ୍ଵିତୀୟ ଦିନରେ ପହଂଚିଛି । ବ୍ଲକ୍, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ଯାଏ, ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି। ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.