ପୁରୀ (ଆମ ଟିଭି): ରଥଯାତ୍ରା ପାଇଁ ମୁତୟନ ହୋଇଛନ୍ତି ୫୦୦ ବିଦ୍ୟୁତ କର୍ମଚାରୀ । ରଥଯାତ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ୫୦୦ କର୍ମଚାରୀ ମୁତୟନ ହୋଇଥିବା ନେଇ ସୂଚନା ଦେଇଛନ୍ତି ଟିପିସିଓଡିଏଲ ସିଇଓ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କଂପାନୀ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି । ପୁରୀ ଡିଭିଜନର ୩୫ ଅଧିକାରୀ,୧୫ ସୁପରଭାଇଜର ମୁତୟନ ହୋଇଛନ୍ତି ।
ଅନ୍ୟପକ୍ଷେ ଖରା ଓ ଗୁଳୁଗୁଳିକୁ ଦେଖି ପାନୀୟ ଜଳ ଜଳସିଞ୍ଚନ ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ତ୍ର ପାଇଁ ଗ୍ରୀନ କରିଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ବିଦ୍ୟୁତ କାଟ ନହୁଏ ସେଥିପାଇଁ ନିର୍ଦ୍ଧେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବଙ୍କ ପ୍ରଦୀପ ଜେନା ।