ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ

0

ଭୁବନେଶ୍ଵର (ଆମ ଟିଭି): ବାତ୍ୟା ପାଇଁ ଆଲର୍ଟ ।  ଓଡିଶା ପାଇଁ ବାତ୍ୟା ମିଚାଉଙ୍ଗର କୌଣସି ପ୍ରଭାବ ନ ଥିବା ବେଳେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ଚେନ୍ନଇ ଏବଂ ଆନ୍ଧ୍ର ପ୍ରଦେଶ ଯାଉଥିବା ରେଳ ସହ ଚେନ୍ନଇରୁ ଓଡ଼ିଶା ଆସୁଥିବା ରେଳଗୁଡିକୁ ବାତିଲ କରାଯାଇଛି।

ପୂର୍ବତଟ ରେଳପଥରୁ ୬ ଯୋଡା ରେଳ ବାତିଲ ହୋଇଥିବା ବେଳେ ପୁରୀ-ଚେନ୍ନଇ ଏକ୍ସପ୍ରେସ୍‌, ଭୁବନେଶ୍ବର ତିରୁପତି ଏବଂ ଭୁବନେଶ୍ବର ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ସହିତ ବିଶାଖାପାଟଣା ଦେଇ ଚଳାଚଳ କରୁଥିବା ୩ଟି ରେଳ ବାତିଲ ହୋଇଛି।

Leave A Reply

Your email address will not be published.