ବ୍ରିକ୍ସରେ ମିଶିବ ଆଉ ୬ଟି ଦେଶ
ନୂଆଦିଲ୍ଲୀ (ଆମ ଟିଭି): ବଢିବ ବ୍ରିକ୍ସର ଶକ୍ତି । ବ୍ରିକ୍ସରେ ମିଶିବ ଆଉ ୬ଟି ଦେଶ । ପୂର୍ଣ୍ଣକାଳୀନ ସଦସ୍ୟତା ପାଇଁ ‘ବ୍ରିକ୍ସ୍’ ଗ୍ରୁପିଙ୍ଗ୍ ଆଉ ୬ଟି ଦେଶକୁ ଆମନ୍ତ୍ରଣ କରିବ ବୋଲି ଆଜି ଅପରାହ୍ଣରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମଫୋସା କହିଛନ୍ତି।ଇଏ ସବୁ ଦେଶ ହେଉଛନ୍ତି, ଇଜିପ୍ଟ୍, ଇଥିଓପିଆ, ଇରାନ୍, ଆର୍ଜେଣ୍ଟିନା, ସଂଯୁକ୍ତ ଆରବ ଏମିରେଟ୍ସ୍ ଓ ସାଉଦି ଆରବ। ଆସନ୍ତା ବର୍ଷ ଜାନୁଆରି ୧ ତାରିଖରୁ ସେମାନଙ୍କର ସଦସ୍ୟତା କାର୍ୟ୍ୟକାରୀ ହେବ। ଏଥିସହିତ ସେମାନେ ‘ବ୍ରିକ୍ସ୍’ ସଦସ୍ୟ ରାଷ୍ଟ୍ର ‘ବ୍ରାଜିଲ୍, ରୁଷ୍, ଚୀନ୍, ଭାରତ ଓ ଦକ୍ଷିଣ ଆଫ୍ରିକା’ ଗ୍ରୁପ୍ରେ ଯୋଗ ଦେବେ ବୋଲି ରାମଫୋସା କହିଛନ୍ତି।
ଜୋହନେସ୍ବର୍ଗରେ ସାମ୍ବାଦିକମାନଙ୍କୁ ରାମଫୋସା କହିଛନ୍ତି, ‘ବ୍ରିକ୍ସ୍’ର ପ୍ରଥମ ପର୍ୟ୍ୟାୟ ସମ୍ପ୍ରସାରଣ ପ୍ରକ୍ରିୟା ନିମନ୍ତେ ଆମ ସମସ୍ତଙ୍କର ସମ୍ମତି ରହିଛି। ପୂର୍ଣ୍ଣକାଳୀନ ସଦସ୍ୟ ହେବା ନିମନ୍ତେ ଆମେ ଉପରୋକ୍ତ ଦେଶମାନଙ୍କୁ ଆମନ୍ତ୍ରଣ କରିଛୁ।