୬୦ଲକ୍ଷ ନୂଆ ଭୋଟର ଦେବେ ଭୋଟ

0

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେଉଁ ରାଜ୍ୟରେ କେତେ ଲୋକ ଭୋଟ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଏଥର ୬୦ ଲକ୍ଷ ଯୁବ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛନ୍ତି। ମିଜୋରାମରେ ସମୁଦାୟ ୮.୫୨ ଲକ୍ଷ ଭୋଟର ଅଛନ୍ତି। ଛତିଶଗଡରେ ୨.୦୩ କୋଟି ଭୋଟର, ମଧ୍ୟପ୍ରଦେଶରେ ୫.୬ କୋଟି ଭୋଟର, ରାଜସ୍ଥାନରେ ୫.୨୫କୋଟି ଭୋଟର ଏବଂ ତେଲେଙ୍ଗାନାରେ ୩.୧୭ କୋଟି ଭୋଟର ଅଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ପାଞ୍ଚଟି ରାଜ୍ୟରେ ୮.୨ କୋଟି ପୁରୁଷ ଭୋଟର ଅଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୧୭ରେ ଭୋଟର ତାଲିକା ପ୍ରକାଶ ପାଇବ, ଅକ୍ଟୋବର ୨୩ ପର୍ଯ୍ୟନ୍ତ ଭୋଟର ତାଲିକାରେ ସଂଶୋଧନ କରିିବାର ସୁଯୋଗ ମିଳିବ।

Leave A Reply

Your email address will not be published.