ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ନିଆଁ ଗଲାଣି ୬୭ ଜଣଙ୍କ ଜୀବନ

0

ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏହି ନିଆଁ କବଳରେ ପଡ଼ି ଏଯାଏ ଗଲାଣି ୬୭ ଜୀବନ । ଆଖି ପିଛୁଳାକେ ନିଆଁ ବ୍ୟାପୁଥିବାରୁ ହଜାର ହଜାର ଲୋକ ବେଘର ହୋଇ ସାରିଲେଣି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି।

ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍‌ ମାରିଛି। ନିଆଁ ଦ୍ୱାରା କବଳିତ ହୋଇ ଏ ଯାଏ ହଜାରେରୁ ଅଧିକ ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱସଂସ୍ତୁପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ଯୁଆଡ଼େ ଦେଖିବ ସିଆଡ଼େ ଖାଲି ଗଦା ଗଦା ପାଉଁଶ ପଡ଼ିଛି। ଆଖି ପିଛୁଳାକେ ନିଆଁ ବ୍ୟାପିବାରେ ଲାଗିଥିବାରୁ ଏ ଯାବତ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାଣି।

ହାୱାଇ ପ୍ରଦେଶର ଗଭର୍ନରଙ୍କ ସୂଚନା ଅନୁଯାୟୀ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏପରି ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ଏହାକୁ ପୁଣି ଥରେ ଛିଡ଼ା କରିବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଆବଶ୍ୟକ ।

ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ୧୯୧ ମସିହାରେ ଆସିଥିବା ସୁନାମୀ ଯୋଗୁ ୬୧ ଜୀବନହାନୀ ହୋଇଥିଲା। ମାତ୍ର ଏହା ତା’ଠୁ ବି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଆମେରିକାବାସୀ କହିଛନ୍ତି।

Leave A Reply

Your email address will not be published.