ଡିଏଭି 6ପାଖରୀପୁଟରେ ‘ଅଟଳ ଟିକରିଂଲାବ୍’ ର ଷଷ୍ଠ ବାର୍ଷିକ ପୂର୍ତ୍ତି*
ଭୁବନେଶ୍ୱର ତା ୧୨.୦୮-ଡିଏଭି ପୋଖରୀପୁଟ ‘ଅଟଳ ଟିକରିଂ ଲାବରେଟୋରିର ‘ଷଷ୍ଠ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କ୍ୟୁରେଟର କପିଲ ଜୈନ ଯୋଗଦାନ କରି ନବୀନ ଗବେଷଣାତ୍ମକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅଟଳ ଟିକରିଂଲାବରେଟୋରିର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ମୁଖ୍ୟ ବକ୍ତାଭାବେ ସୌମ୍ୟ ପ୍ରକାଶ ମିଶ୍ର,ଅଶ୍ଵିନୀ ସେଠୀ, ସିଦ୍ଧାର୍ଥ ଶୁଭଙ୍କର, ଆକାଶ ଜୟଶୁଆଲ
ଯୁବ ଉଦ୍ଭାବକଗଣ ଯୋଗଦେଇ ଗବେଷଣାତ୍ମକ କାର୍ଯ୍ୟରେ ମନୋନିବେଶ ପୂର୍ବକ ଆଧୁନିକ ସମାଜ ପାଇଁ ବିଜ୍ଞାନର ଅବଦାନକୁ ଲୋକଲୋଚନକୁ ଆଣିବା ଆମର ଦାୟିତ୍ଵ ବୋଲି କହିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର
ଅଭିଭାଷଣରେ କହିଥିଲେ
ବିଦ୍ୟାର୍ଥୀମାନେ ଅନୁସନ୍ଧିତ୍ସା ମନୋଭାବ ପୋଷଣ କରି, ନିଜକୁ ଜଣେ ଜଣେ ଶିଶୁ ବୈଜ୍ଞାନିକଭାବେ ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ
ସଂରଚନାରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଗବେଷଣାଭିତ୍ତିକ ଏହି କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀମାନେ ମନଭରି ଉପଭୋଗ କରି ପ୍ରେରଣା ଲାଭ କରିଥିଲେ । ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ।