ଏବେ ବି ବିକ୍ରି ହୋଇପାରିନି ୭୦ହଜାର କ୍ୱିଣ୍ଟାଲ ଧାନ

0

ଭୁବନେଶ୍ୱର (ଆମ ଟିଭି): ଚିନ୍ତାରେ ଚାଷୀ । ବିକ୍ରୀ ହୋଇପାରୁନି ଧାନ । ଏବେ ବି ୭୦ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ନ ହୋଇ ପଡ଼ି ରହିଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି । ଚାଷୀଙ୍କ ଆବଶ୍ୟକତା ଅନୁସାରେ ବିହନ ଉତ୍ପାଦିତ ହୋଇନଥିଲା। ଯେତିକି ଉତ୍ପାଦନ ହୋଇଥିଲା, ସେଥିରୁ ବିକ୍ରି ନ ହୋଇ ରହିଗଲା ୭୦ ହଜାର କ୍ବିଣ୍ଟାଲ ଧାନ ବିହନ। ଏଥିଯୋଗୁଁ ବିହନ ନିଗମ ପ୍ରାୟ ୧୪ କୋଟି ଟଙ୍କା ହରାଇବା ନେଇ ଆକଳନ କରାଯାଉଛି। ଓଟିପି ସମସ୍ୟା ସହିତ ସରକାରୀ ବିହନ ପ୍ରତି ଚାଷୀଙ୍କ ଅନାଗ୍ରହ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବିହନ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସୂଚନା ଅନୁସାରେ, ଓଡ଼ିଶାକୁ ୧୪ ଲକ୍ଷ କ୍ବିଣ୍ଟାଲ ବିହନର ଆବଶ୍ୟତା ଥାଏ। ଖରିଫ ସମୟରେ ବିହନ ନିଗମ ପକ୍ଷରୁ ପୂର୍ବରୁ ୫ ଲକ୍ଷ କ୍ବିଣ୍ଟାଲ ଉତ୍ପାଦନ ହେଉଥିଲା। ୨୦୨୧ ମସିହା ବେଳକୁ ଏହା ୪ ଲକ୍ଷ କ୍ବିଣ୍ଟାଲକୁ ଖସି ଆସିଥିଲା।

Leave A Reply

Your email address will not be published.