ମାଟିରେ ମିଶିବ ଯୋଶୀମଠର ୭୨୩ ଘର: ଲୋକେ ଭୟଭୀତ

0

ଉତ୍ତରାଖଣ୍ଡ(ଆମ ଟିଭି): ଉତ୍ତରାଖଣ୍ଡର ଯୋଶୀମଠର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଲୋକେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାରି ଭିତରେ ଖବର ଆସିଛି, ମାଟିରେ ମିଶିବ ଯୋଶୀମଠର ୭୨୩ ଘର । ଭୁଶୁଡ଼ି ପଡ଼ିବା ବିପଦ ଥିବା ୨ଟି ହୋଟେଲ୍ ସମେତ ଅନେକ ଅସୁରକ୍ଷିତ ଘର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସିବିଆରଆଇ ଯାଞ୍ଚ କାର୍ୟ୍ୟ ଶେଷ କରିବା ପରେ ଅସୁରକ୍ଷିତ କୋଠାଗୁଡ଼ିକୁ ମାଟିରେ ମିଶାଇ ଦେବାପାଇଁ ବୁଲ୍ଡୋଜର ପହଞ୍ଚିଯାଇଛି । ମୋଟ ୭୨୩ ଟି ଘର ଏବଂ ୨ଟି ହୋଟେଲ ଭାଙ୍ଗିବା ପାଇଁ ଯୋଜନା ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ମାଉଣ୍ଟ ଭିଉ ଏବଂ ମଲ୍ଲାରି ଇନ୍ ନାମକ ୨ଟି ହୋଟେଲ ପ୍ରଥମ ପର୍ୟ୍ୟାୟରେ ଭଙ୍ଗାଯିବ ।

ଉକ୍ତ ୨ଟି ହୋଟେଲ୍ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। ହୋଟେଲ ନିକଟସ୍ଥ ଘରଗୁଡ଼ିକରୁ ମଧ୍ୟ ଲୋକଙ୍କୁ ଖାଲି କରାଯାଇଛି। ଚାମୋଲି ଜିଲ୍ଲାପାଳ କହିଛନ୍ତି, ଅଞ୍ଚଳରେ ଅସୁରକ୍ଷିତ ଚିହ୍ନଟ କରାଯାଇଥିବା ଘରୁ ଲୋକମାନଙ୍କୁ ଖାଲି କରାଯାଇଛି। ଆଜି ର୍ରୁ୍କିରୁ ଏକ ସିବିଆରଆଇ ଟିମ୍ ଆସିବେ ଏବଂ ଅଧିକ ବିପଦ ରହିଥିବା ଅଂଚଳର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ।

Leave A Reply

Your email address will not be published.