୭୫ତମ ସ୍ୱାଧୀନତା ଦିବସ: ରାଜ୍ୟରେ ହେବନି ପରେଡ୍

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ଯାହାକୁ ନେଇ କଠୋର ହେଲେ ସରକାର । ଏଥର ସ୍ୱାଧୀନତା ଦିବସ ସମାରୋହରେ ହେବନି ପରେଡ । ଏଥର କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତୀ ଦିବସ । ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ ହେବ । ତେବେ ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍ । ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେବେନି କି ଜନ ସମାଗମ ମଧ୍ୟ ହେବନି ।

ଅନ୍ୟପଟେ ରାଜ୍ୟରେ ୨୪ଘଣ୍ଟାରେ ୪୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୮୫ ଓ ସ୍ଥାନୀୟ ସଂକ୍ରମଣରୁ ୨୦୨ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ ବର୍ଗର ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ୧୩୭, ଖୋର୍ଦ୍ଧା ୭୮, ସମ୍ବଲପୁରରୁ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫ ହଜାର ୫୪୯କୁ ବୃଦ୍ଧି ପାଇଛି । ରାଜ୍ୟରେ କୋରୋନା ୨ ଜୀବନ ନେଇଛି । ରାଜ୍ୟରେ କୋଭିଡ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.