୭୭ ତମ ସ୍ୱାଧୀନତା ଦିବସ : ଲାଲ୍‌କିଲ୍ଲାରେ ଯୋଗଦେବେ ୧୮ ଶହ ସ୍ୱତନ୍ତ୍ର ଅତିଥି

0

ନୂଆଦିଲ୍ଲୀ (ଆମ ଟିଭି): ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀର ଲାଲ୍‌କିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ରୂପେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସଂବୋଧିତ କରିବେ। ସବୁଠୁ ବ଼ଡ କଥା ହେଉଛି ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ୟ୍ୟକ୍ରମେ ପ୍ରାୟ ୧୮୦୦ ‘ସ୍ୱତନ୍ତ୍ର ଅତିଥି’ ଯୋଗଦେବେ।

ନିମନ୍ତ୍ରିତ ‘ସ୍ୱତନ୍ତ୍ର ଅତିଥି’ମାନଙ୍କ ମଧ୍ୟରେ ଗ୍ରାମଗୁଡିକର ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନାର ପ୍ରତିନିଧି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ହିତାଧିକାରୀ, ଭିଷ୍ଟା ପ୍ରକଳ୍ପର ଶ୍ରମ ଯୋଗୀ (ନିର୍ମାଣ ଶ୍ରମିକ), ଖଦୀ ଶ୍ରମିକ, ସୀମାନ୍ତ ରାସ୍ତା ନିର୍ମାଣ ଶ୍ରମିକ, ଅମୃତ ସରୋବର ଓ ହର ଘର ଜଲ୍‌ ଯୋଜନାର ଶ୍ରମିକ ତଥା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ନର୍ସ ଏବଂ ମତ୍ସ୍ୟଜୀବୀ ଆଦି ଯୋଗଦେବେ ବୋଲି ଜଣାପଡ଼ିଛି । ଶାସନରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.