ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ୮ଜଣଙ୍କ ମୃତ୍ୟୁ: ସମସ୍ତ ମୃତକଙ୍କ ଉଦ୍ଧାର ଶେଷ

0

ଭୁବନେଶ୍ୱର (ଆମ ଟିଭି): ମହାନଦୀରେ ଡଙ୍ଗା ବୁଡି ଘଟଣାରେ ସମସ୍ତ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ୬ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ପରେ ଅନ୍ୟ ଦୁଇ ଜଣଙ୍କ ମୃତଦେହ ମିଳିଛି । ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା । ଗତକାଲି ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ଶରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ଶରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.