ନଡିଆ ବୋଝେଇ ଟ୍ରକରୁ ୮ କ୍ଵିଣ୍ଟାଲ ଗଞ୍ଜେଇ ଜବତ
ଜୟପୁର(ଆମ ଟିଭି): ନଡିଆ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ୮ କ୍ବିଣ୍ଟାଲରୁ ଗଂଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଟ୍ରକରେ ନଡିଆ ସହ ଗଞ୍ଜେଇ ବୋଝେଇ ହୋଇ ଔରଙ୍ଗାବାଦ ଯାଉଥିଲା। ଜୟପୁର ନିକଟସ୍ଥ ବାରିଣୀପୁଟ ଠାରେ ଅବକାରୀ ବିଭାଗ ପୋଲିସ ଟ୍ରକକୁ ଯାଞ୍ଚ କରି ସେଥିରୁ ଗଞ୍ଜେଇ ଜବତ କରିଛି। ଏହା ସହ ଡ୍ରାଇଭରକୁ ପୋଲିସ ଅଟକ ରଖିବା ସହ ଏଥିରେ ଆଉ କୋଉମାନେ ସଂଶ୍ଳିଷ୍ଟ ଅଛନ୍ତି ସେନେଇ ଅଧିକ ଖୋଳତାଡ଼ ଜାରିରଖିଛି।