ଭୁବନେଶ୍ବର ଏୟାରପୋର୍ଟରୁ ୮୦ କେଜି ସୁନା ଜବତ; ଦେଢ କ୍ବିଣ୍ଟାଲ ରୂପା ମଧ୍ୟ ଜବତ

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣର ସୁନା ଓ ରୁପା । ଏୟାରପୋର୍ଟରୁ ଚାଲାଣ ବେଳେ ଚଢ଼ାଉ କରି ଜବତ କଲା ସିଜିଏସଟି। ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ । ଜବତ ହୋଇଥିବା ଦୁଇଟି କଣ୍ଟେନରରେ ମଧ୍ୟରୁ  ଗୋଟିକର ପାଖାପାଖି ୮୦ କେଜି ସୁନା ଓ ଅନ୍ୟ କଣ୍ଟେନରରେ  ଦେଢ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ସୂଚନା ରହିଛି ।

ତେବେ ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ । ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୁପା ଭୁବନେଶ୍ବରକୁ କାହିଁକି ଆସୁଥିଲା ତାହା ତଦନ୍ତ ଆରମ୍ଭ କରିଛି ଉଭୟ ପୋଲିସ ଓ ସିଟି ଜିଏସଟି ବିଭାଗ । ତେବେ ଜବତ ହୋଇଥିବା ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.