ବାଂଲାଦେଶରୁ ଫେରିଲେ ୩ଶହ ଛାତ୍ରଙ୍କ ସମେତ ୯ଶହ ଭାରତୀୟ; ଅସ୍ଥାୟୀ ଭାବେ ଦିଲ୍ଲୀରୁ ଢାକା ରେଳ ଚଳାଚଳ ବନ୍ଦ

0

ନୂଆଦିଲ୍ଲୀ (ଆମ ଟିଭି): ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି । ସଂରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଓ ହଂସା କାରଣରୁ ଶତାଧିକ ଲୋକଙ୍କ ଜୀବନ ଯାଇଛି । ଆନ୍ଦୋଳନରତ ଛାତ୍ରଙ୍କ ଉପରକୁ ରବର ଗୁଳି ଓ ଲୁହ ବୁହା ଗ୍ୟାସ ମାଡ଼ କରୁଛନ୍ତି ସୁରକ୍ଷାକର୍ମୀ । ଦେଶରେ କର୍ଫ୍ୟୁ ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ବାଂଲାଦେଶରେ ରହିବା ଭାରତୀୟମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ତେଣୁ ବାଂଲାଦେଶ ଛାଡ଼ି ସ୍ବଦେଶ ଫେରୁଛନ୍ତି ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ । ବର୍ତ୍ତମାନ ସୁଦ୍ଧା ୭୭୮ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିଛନ୍ତି । ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ତ୍ରିପୁରା ଓ ଅଗରତାଲାର ମାର୍ଗକୁ ବ୍ୟବହାର କରାଯାଉଛି ।

ସେପଟେ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଛାତ୍ରଛାତ୍ରୀ ଫେରୁଥିବା ମାର୍ଗରେ ସୁରକ୍ଷା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାର ଅଧିକାରୀଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି ଭାରତୀୟ ଉଚ୍ଚ ଆୟୋଗ । ବିଏସଏଫ ଯବାନଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ତେବେ ବାଂଲାଦେଶରେ ରହୁଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.