ମା’ ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୯୯ ଲକ୍ଷ ୧୫ ହଜାର ଟଙ୍କା ; ବିଦେଶୀ ମୁଦ୍ରା ସହ ମିଳିଲା ବିପୁଳ ସୁନା, ରୂପା

0

ଭୁବନେଶ୍ଵର (ଆମ ଟିଭି): ମା’ଙ୍କ ହୁଣ୍ଡିରୁ ମିଳିଲା ବିଦେଶୀ ମୁଦ୍ରା। ସରିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି ଗଣତି । ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୂପା ୨ କେଜି ୩୯୨ ଗ୍ରାମ ସହ ୩୩ ଟି ବିଦେଶୀ ମୁଦ୍ରା ମିଳିଛି ।

ବୁଧବାର ସକାଳ ୯ ଟାରୁ ଗଣତି ଆରମ୍ଭ ହୋଇ ରାତ୍ରି ୯.୩୦ ପର୍ୟ୍ୟନ୍ତ ଚାଲିଥିଲା । ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୩ ମାସ ପରେ ଆଜି ଖୋଲା ଯାଉଛି, ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି ଚାଲିଥିଲା। ଏଥିରେ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ କର୍ମକର୍ତ୍ତା ନିୟୋଜିତ ହୋଇଥିଲେ। ମିଳିଥିବା ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟିର ଅଧକ୍ଷ ରାଇସିଙ୍ଗ ବିଡିକା ।

Leave A Reply

Your email address will not be published.