ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ୯୯୩୦ ଛାତ୍ରଛାତ୍ରୀ: ନିତ୍ୟାନନ୍ଦ ଗଣ୍ଡ

0

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୯୯୩୦ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । ଏ ନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍‌ଅପ୍‌ କରିଥିଲେ । ମାତ୍ର ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରଛାତ୍ରୀ । ୯୯୩୦ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ୧.୮୧ ପ୍ରତିଶତ।

ସେହିପରି ଶିକ୍ଷା ବିଭାଗର ବିକଳ ଚିତ୍ର ସାମ୍ନାକୁ ଆସିଛି । ଆଜି ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ସ୍କୁଲରେ ତଳେ ବସି ପଢୁଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.