ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ୩୭୪ ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଗୌହାଟୀରେ ଅନୁଷ୍ଠିତ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟରର ୪୫ତମ ଦିନିକିଆ ଶତକ ହାସଲ କରିଛନ୍ତି । ଫଳରେ ଭାରତ ଏହି ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୩୭୩ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଶ୍ରୀଲଙ୍କା ଆଗରେ ଏବେ ୩୭୪ ଟାର୍ଗେଟ ରହିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । ଦୁଇ ଓପନର ୧୪୩ ରନର ପାର୍ଟନରସିପ କରିଥିଲେ । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୧୧୩, ରୋହିତ ଶର୍ମା ୮୩, ଶୁଭମନ ଗିଲ ୭୦ ଓ କେଏଲ ରାହୁଲ ୩୯ ରନ କରିଥିଲେ ।

Leave A Reply

Your email address will not be published.