ମୁଖ୍ୟମନ୍ତ୍ରୀ କଲେ ଅସ୍ତ୍ରୋପଚାର
ନୂଆଦିଲ୍ଲୀ: ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବା ପରେ ମାଣିକ ଶାହା ପ୍ରାୟ ଏକ ବର୍ଷ ହେବ ରାଜନୈତିକ କାର୍ଯ୍ୟକଳାପ ବ୍ୟତୀତ ନିଜର ପୁରୁଣା ଦାୟିତ୍ବ ତୁଲାଉଥିବାର ପୂର୍ବରୁ ଅନେକ ଘଟଣା ସାାମ୍ନାକୁ ଆସିଛି।ବୃତ୍ତି ଅନୁଯାୟୀ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡାକ୍ତର ହୋଇଥିବା ହେତୁ ସେ ଗତ ବୁଧବାର ଦିନ ହସ୍ପିଟାଲର ଅପରେସନ ଥିଏଟରରେ ପହଞ୍ଚି ଜଣେ ୧୦ ବର୍ଷ ପିଲାର ଦାନ୍ତ ଅସ୍ତ୍ରୋପଚାର କରିଥିଲେ।
ଶାହା ତ୍ରିପୁରାର ଜଣେ ଜଣାଶୁଣା ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜନ ଭାବରେ କାମ କରିଛନ୍ତି । ଶାହା ତାଙ୍କର ପୁରୁଣା କର୍ମକ୍ଷେତ୍ର ତ୍ରିପୁରା ମେଡିକାଲ କଲେଜରେ ପହଞ୍ଚିବା ପରେ ତାଙ୍କୁ ପୁରୁଣା ସହକର୍ମୀମାନେ ସ୍ୱାଗତ କରିଥିଲେ। ଏହି କଲେଜରେ ସେ ୨୦ ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ ନିରନ୍ତର ଚିକିତ୍ସା କରି ଆସିଥିଲେ । ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ଓରାଲ୍ ଏବଂ ମ୍ୟାକ୍ସିଲୋଫେସିଆଲ୍ ବିଭାଗର ମୁଖ୍ୟ ଥିଲେ।