ଆର୍ଥିକ ସଙ୍କଟକୁ ନେଇ ଏମିତି କହିଲେ,, ମୋଦି

0

ନୂଆଦିଲ୍ଲୀ: ବିଶ୍ବ ସଙ୍କଟଜନକ ପରିସ୍ଥିତିରେ ରହିଛି ଏବଂ କେତେ ଦିନ ଧରି ଏଭଳି ଅସ୍ଥିର ଅବସ୍ଥା ଲାଗି ରହିବ ତାହା ଆଗୁଆ କହିବା କଷ୍ଟକର ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବନ୍ଦ୍ବ, ଯୁଦ୍ଧ ଏବଂ ଆତଙ୍କବାଦ ଆଦିରୁ ସୃଷ୍ଟ ବିଭିନ୍ନ ବୈଶ୍ବିକ ଚାଲେଞ୍ଜ୍‌କୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

‘ଭଏସ୍‌ ଅଫ୍‌ ଗ୍ଲୋବାଲ୍‌ ସାଉଥ୍‌ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ‌’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖାଦ୍ୟ, ଇନ୍ଧନ ଏବଂ ସ‌ାର ଦର ବୃଦ୍ଧି ଓ କୋଭିଡ୍ର ଆର୍ଥିକ ପ୍ରଭାବ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟ ପ୍ରାକୃତିକ ଦୁର୍ବିପାକ ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରିଛନ୍ତି।

କେତେଗୁଡ଼ିଏ ବିକାଶଶୀଳ ଦେଶର ନେତାମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ କହିଲେ, ଏ କଥା ସ୍ପଷ୍ଟ ଯେ, ବିଶ୍ବ ସଙ୍କଟଜନକ ଅବସ୍ଥାରେ ରହିଛି। କେତେ ଦିନ ଏହି ଅସ୍ଥିର ପରିସ୍ଥିତି ଲାଗି ରହିବ ଆଗରୁ କହିବା କଷ୍ଟକର।

Leave A Reply

Your email address will not be published.