କର୍ମଚାରୀଙ୍କୁ ଛୁଟେ଼ଇ ଆରମ୍ଭ କଲା ଆ
ନୂଆଦିଲ୍ଲୀ: ଇ-କର୍ମସ କମ୍ପାନୀ ଆମାଜନ ପୂର୍ବ ଘୋଷଣା ଅନୁଯାୟୀ ଛଟେଇ ଆରମ୍ଭ କରିଛି। କମ୍ପାନୀର ସିଇଓ ଆଣ୍ଡୀ ଜାସୀ ପୂର୍ବରୁ କହି ସାରିଛନ୍ତି ଯେ ସଂସ୍ଥା ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ। ଏମାନଙ୍କ ମଧ୍ୟରେ ଭାରତରେ କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀମାନେ ମଧ୍ୟ ରହିଛନ୍ତି। ଭାରତରେ ପ୍ରାୟ ୧ ହଜାର କର୍ମଚାରୀ ଚାକିରି ହରାଇବେ ବୋଲି ଜଣାପଡ଼ିଛି। ଟେକନିକ, ମାନବ ସମ୍ବଳ ଓ ଅନ୍ୟ ସବୁ ବିଭାଗରୁ କମ୍ପାନୀ କର୍ମଚାରୀଙ୍କୁ କାଢ଼ିବ। ଏହିକ୍ରମରେ କମ୍ପାନୀ ଭାରତରେ ତ’ର ଛଟେଇ ପ୍ରକ୍ରିୟା ଆରମ୍ଭ କରିଛି।
ଜାସୀ କହିଥିଲେ ଯେ ବିଦା ହେବାକୁ ଥିବା କର୍ମଚାରୀଙ୍କୁ ଇ-ମେଲ ଯୋଗେ ଜାନୁଆରୀ ୧୮ରୁ ଅବଗତ କରାଯିବ। ହେଲେ ଏହାର ୫ ଦିନ ପୂର୍ବରୁ ହିଁ ଭାରତରେ କାମ କରୁଥିବା କିଛି କର୍ମଚାରୀଙ୍କୁ ଛଟେଇ ନେଇ ଇ-ମେଲ ଆସିଥିବା ଜଣାପଡ଼ିଛି।